ମୁମ୍ଵାଇ ୧୦।୦୪; ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ କଙ୍ଗନା ରାଣାୱତ । ଏବେ ତାଙ୍କର ସଂସଦୀୟ ଦାୟିତ୍ୱ ଏବଂ ଫିଲ୍ମ ପ୍ରୋଜେକ୍ଟ ଗୁଡ଼ିକର ସୁଟିଂରେ ବ୍ୟସ୍ତ ଅଛନ୍ତି। କିଛି ଦିନ ତଳେ କଙ୍ଗନାଙ୍କୁ ହିମାଚଳ ପ୍ରଦେଶର ମଣ୍ଡିରେ ଆୟୋଜିତ ଏକ ରାଜନୈତିକ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଥିଲା।ହେଲେ ଏବେ କଙ୍ଗନା ଏକ ବଡ଼ ଖୁଲାସା କରିଛନ୍ତି। ମଣ୍ଡିରେ ଥିବା ତାଙ୍କ ଘରର ବିଦ୍ୟୁତ୍ ବିଲ୍ ବିଷୟରେ ଚାଞ୍ଚଲ୍ୟକର ସୂଚନା ଦେଇଥିଲେ ଅଭିନେତ୍ରୀ।
କଙ୍ଗନା ରାଣାୱତ ତାଙ୍କ ମନାଲି ଘର ପାଇଁ ମିଳିଥିବା ମୋଟା ଅଙ୍କର ବିଦ୍ୟୁତ୍ ବିଲ୍ ପାଇଁ କଂଗ୍ରେସ ନେତୃତ୍ୱାଧୀନ ହିମାଚଳ ପ୍ରଦେଶ ସରକାରଙ୍କୁ ସମାଲୋଚନା କରିଥିଲେ। ସେ କହିଥିଲେ, ଏହି ମାସରେ ମନାଲିରେ ଥିବା ମୋ ଘର ପାଇଁ ମୁଁ ୧ ଲକ୍ଷ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଛି। ଯେଉଁଠାରେ ସେ ରହୁ ବି ନାହାନ୍ତି। ପରିସ୍ଥିତି ଏତେ ଖରାପ ହୋଇଗଲାଣି। ମୋ ଭାଇ-ଭଉଣୀମାନଙ୍କୁ ଏତିକି ଅନୁରୋଧ ରାଜ୍ୟର ଉନ୍ନତି ପାଇଁ କାମ କରନ୍ତୁ। ରାଜ୍ୟ ସରକାର ହେଉଛନ୍ତି ଗଧିଆ ଏବଂ ମନାଲିର ଲୋକମାନଙ୍କୁ ସେମାନଙ୍କ କବଳରୁ ବାହାରିବାକୁ ପଡିବ। ଏହି ଦେଶକୁ, ଏହି ରାଜ୍ୟକୁ ପ୍ରଗତି ପଥରେ ନେବା ଆମ ସମସ୍ତଙ୍କର ଦାୟିତ୍ୱ। ହେଲେ ପ୍ରଗତି ପାଇଁ ଆମକୁ ଗଧିଆଙ୍କ କବଳରୁ ମୁକ୍ତ ହେବାକୁ ପଡ଼ିବ।
କଙ୍ଗନାଙ୍କର ଏହି ଖୁଲାସା ପରେ ଲୋକମାନେ ନିରନ୍ତର ମନ୍ତବ୍ୟ ଦେଉଛନ୍ତି । ଜଣେ ଲେଖିଛନ୍ତି, "ମୁଁ ତାଙ୍କ କଥା ସବୁବେଳେ ମନେ ରଖେ: ମୁଁ ତାଙ୍କ ସହ ସବୁବେଳେ ଅଛି। ଅନ୍ୟ ଜଣେ ଲେଖିଛନ୍ତି, ଦେଖ, ବିଜେପି ତା ସାଂସଦଙ୍କୁ ମଧ୍ୟ ଛାଡୁ ନାହିଁ। ଆଉ ଜଣେ ଲେଖିଛନ୍ତି, ଆମ ଏଠାରେ ଓ ୧ଲକ୍ଷ ୨୦ ହଜାର ଟଙ୍କା ଆସିଥିଲା।